ଇଲେକ୍ଟ୍ରିସିଆନ
ଖୋର୍ଦ୍ଧା ଜିଲ୍ଲାର ଏକ ଅନାମଧେୟ ଗାଁ ସୋରଣର ଝିଅ ସୀତା ବେହେରା। କେବେ ବି ସ୍ଵପ୍ନରେ ଭାବିନଥିଲେ ଯେ ଇଲେକ୍ଟ୍ରିସିଆନ ହେବେ, ସରକାରୀ ଚାକିରି କରିବେ ଓ ୩୦ ଫୁଟ ଉଚ୍ଚ ଇଲେକ୍ଟ୍ରି ଟାୱାରରେ ଚଢି ଲାଇନ ମରାମତି କରିବେ।
ନିମ୍ନବିତ୍ତ ପରିବାରର ଏହି ଝିଅ ଯେତେବେଳେ ବ୍ରହ୍ମପୁର ଶିଲ୍ପ ତାଲିମ କେନ୍ଦ୍ରରେ ଇଲେକ୍ଟ୍ରିସିଆନ ପାଠ୍ୟକ୍ରମରେ ଯୋଗ ଦେଲେ, ସେତେବେଳେ ଗାଁ ଲୋକଙ୍କ ବହୁ ଟିକ୍କା ଟିପ୍ପଣୀ ସୀତାଙ୍କୁ ଶୁଣିବାକୁ ପଡିଥିଲା। ଆଜି ପର୍ଯ୍ୟନ୍ତ ଯାହା ପୁରୁଷଙ୍କ କାର୍ଯ୍ୟ ବୋଲି କୁହାଯାଉଥିଲା, ସୀତା ସେ ପାଠ୍ୟକ୍ରମ ରେ ଯୋଗ ଦେବାରୁ କେହି ତାଙ୍କୁ ସେ ଦିଗରେ ଉତ୍ସାହିତ କରୁନଥିଲେ। କିନ୍ତୁ କିଛି କରି ନିଜ ପରିବାର ପୋଷଣରେ ସାହାର୍ଯ୍ୟ କରିବା ପାଇଁ ସେ କୌଣସି କଥାକୁ ମନରେ ନନେଇ ନିଜ କର୍ତ୍ତବ୍ୟ ପଥରେ ଆଗେଇ ଯାଇଥିଲେ। ତାଙ୍କ ଅଧ୍ୟବସାୟ ଏବଂ ଆଗ୍ରହକୁ ଦେଖି ଆଇଆଟିଆଇ ଅଧ୍ୟକ୍ଷ ତାଙ୍କର ଟ୍ୟୁସନ ଫି ତଥା ହଷ୍ଟେଲ ଫି ଛାଡ କରିଦେଇଥିଲେ।
ଆଜି, ସୀତା ତାଙ୍କ ପରି ଶହ ଶହ ଝିଅ ତଥା ମହିଳାଙ୍କ ପାଇଁ ରୋଲ ମଡେଲ ଭାବେ ଉଭା ହେଇଛନ୍ତି। ସେ ଯେଉଁପରି ଭାବେ ସହଜରେ ଉଚ୍ଚ ଉଚ୍ଚ ଇଲେକ୍ଟ୍ରି ଟାୱାର ଉପରେ ଚଢି ମରାମତି କରି ପାରୁଛନ୍ତି, ତାଙ୍କ ଗ୍ରାମବାସୀ ମାନେ ତାଙ୍କ ପାଇଁ ଏବେ ଗର୍ବିତ।
ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗଚୀ ସୀତାଙ୍କ କାର୍ଯ୍ୟ ଦେଖି ତାଙ୍କୁ ‘ ଟ୍ରାନ୍ସମିସନ ଟାୱାରର ରାଣୀ’ ବୋଲି କହିଛନ୍ତି।
କପି ସଂରକ୍ଷିତ ©2023 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ