ପୋଷାକ ନିର୍ମାତା
ପୋଷାକ ତିଆରି କରିବା ପାଇଁ ହରପ୍ରିୟାଙ୍କର ଥିଲା ବହୁତ ଆଗ୍ରହ l ସେ ଦିଗରେ ଥିବା ସୃଜନଶୀଳତାକୁ ବିକାଶ କରିବା ପାଇଁ ହରପ୍ରିୟା ତାଲିମ ନେବାକୁ ଚାହୁଁଥିଲେ। ଭୁବନେଶ୍ବର ଠାରେ ଥିବା ଏକ ଆଇଟିଆଇରେ ଏକ ବର୍ଷ ତାଲିମ ନେବା ପରେ ସ୍ୱଳ୍ପ ଅର୍ଥ ଯୋଗାଡ କରି ଛୋଟ ଦୋକାନ ଘରଟିଏ ନେଇ ସେ 'ପଦ୍ମାଳୟା ଡ୍ରେସ ଡିଜାଇନିଂ ହାଉସ' ଖୋଲିଲେ l ତାଙ୍କ ଦ୍ଵାରା ତିଆରି ପୋଷାକ ଲୋକଙ୍କୁ ବେଶ ପସନ୍ଦ ଆସିବା ସହ ଏହାର ଚାହିଦା ମଧ୍ୟ ବଢିଲା। ଏବେ ସେଠାରେ ସେ ୮ ଜଣ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି।
କପି ସଂରକ୍ଷିତ ©2023 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ