ନୁନାରାମ ହାଂସଦା

ଡିଜାଇନର

ନୁନାରାମ ହାଂସଦା

ଦକ୍ଷତା ବିକାଶ ଦ୍ଵାରା ସେ ସ୍ଵପ୍ନ ସାକାର କରିଛନ୍ତି। ଏବେ ବାପା ମା' ବନ୍ଧକ ରଖିଥିବା ଜମିକୁ ମୁକୁଳାଇବା ସହ ସେମାନଙ୍କ ଦେଖାଶୁଣା କରୁଛନ୍ତି।

ଉଦଳା ନିକଟବର୍ତ୍ତୀ ଏକ ଆଦିବାସୀ ଗାଁରେ ନୁନାରାମଙ୍କ ଜନ୍ମ l ଆଶ୍ରମ ସ୍କୁଲରେ ବଢିଥିବା ନୁନାରାମଙ୍କ ବ୍ୟବହାର ଅତି ନମ୍ର l କଠିନ ପରିଶ୍ରମକରି ବଡହେବା ଥଲା ତାଙ୍କ ସ୍ଵପ୍ନ ହେଲେ ଅର୍ଥ ତାଙ୍କ ପାଇଁ ସର୍ବଦା ପ୍ରତିବନ୍ଧକ ସାଜିଥିଲା। ରାଉରକେଲାରେ ଆଇଟିଆଇ ପଢିବା ପାଇଁ ତାଙ୍କ ପିତା ଜମି ବନ୍ଧକ ରଖିଥିଲେ l ବେଳେବେଳେ ହଷ୍ଟେଲ ଫି ଦେବା ତାଙ୍କ ପକ୍ଷରେ ସମ୍ଭବ ହେଉନଥିଲା। ନୁନାରାମଙ୍କ ନିଅଣ୍ଟିଆ ଅର୍ଥ ଭରଣା କରିବାପାଇଁ ବେଳେ ବେଳେ ତାଙ୍କ ଶିକ୍ଷକଙ୍କୁ ଅର୍ଥ ସଂଗ୍ରହ କରିବାକୁ ପଡୁଥିଲା l ଅନେକ ବାଧା ବିଘ୍ନ ଭିତରେ ଆଇଟିଆଇ ସଫଳତାର ସହ ଶେଷ କରିବା ପରେ ବେଙ୍ଗୁଲୁରୁ ସ୍ଥିତ ବାୟୋକନ ସଂସ୍ଥାରେ ସେ ନିଯୁକ୍ତି ପାଇଲେ l ଅର୍ଥ ଉପାର୍ଜନ କରିବା ପରେ ସେ ବାପାଙ୍କ ଦ୍ଵାରା କରାଯାଇଥିବା ଋଣ ପରିଶୋଧ କରିବା ସହ ବନ୍ଧକ ଜମିକୁ ମୁକୁଳାଇଲେ l ନୁନାରାମ ଏବେ ତାଙ୍କ ଭାଇ ଓ ଭଉଣୀଙ୍କ ପାଠପଢା ପାଇଁ ଅର୍ଥ ଯୋଗାଉଛନ୍ତି l

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ