ଲୋକମଟିଭ ପାଇଲଟ(ଡ୍ରାଇଭର)
ଗରିବ ଆଦିବାସୀ ପରିବାରରେ ଜନ୍ମ ନେଇଥିବା ମୁନି ଟିଗା ପିଲାଦିନୁ ପିତାଙ୍କୁ ହରାଇଛନ୍ତି। ଘରର ଅଭାବ ଅସୁବିଧା ମଧ୍ୟରେ ବଂଚିବା ଓ ଆଗକୁ ବଢିବାର ସ୍ବପ୍ନ ନେଇ ଆରମ୍ଭ ହୁଏ ମୁନିଙ୍କ ଜୀବନ ସଂଗ୍ରାମ। ଅଭାବ ଅନାଟନ ମଧ୍ୟରେ ସ୍କୁଲ ଶିକ୍ଷା ଶେଷ କରି ଦକ୍ଷତା ତାଲିମ ପାଇଁ ସେ ବରଗଡ ଆଇଟିଆଇରେ ଯୋଗ ଦିଅନ୍ତି। ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ତାଲିମ ନେବାପରେ ଲୋକମଟିଭ ପାଇଲଟ(ଡ୍ରାଇଭର) ଭାବେ ଯୋଗ ଦିଅନ୍ତି ଭାରତୀୟ ରେଳବାଇରେ। ବର୍ତ୍ତମାନ ସେ ଟ୍ରେନ ଡ୍ରାଇଭର ଭାବେ ଶତାବ୍ଦୀ ଏକ୍ସପ୍ରେସ ଟ୍ରେନକୁ ପ୍ରତିଦିନ ପଲାସା ପର୍ଯ୍ୟନ୍ତ ଚଳାଇ ଯାଉଛନ୍ତି ଏବଂ ସେଠାରୁ ଫେରୁଛନ୍ତି। ସାରା ଓଡ଼ିଶାର ଯୁବପିଢୀଙ୍କ ପାଇଁ ସେ ଜଣେ ଆଦର୍ଶ।
କପି ସଂରକ୍ଷିତ ©2023 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ