ଏମ. ଅନିତା

ପୋଷାକ ନିର୍ମାତା

ଏମ. ଅନିତା

ମାତ୍ର ୧୮ ବର୍ଷ ବୟସରେ ସ୍ବାମୀଙ୍କ ଦେହାନ୍ତ ପରେ ବି ସେ ଭାଙ୍ଗି ପଡି ନାହାନ୍ତି। ବର୍ତ୍ତମାନ ସେ ପୋଷାକ ନିର୍ମାତା ଭାବେ ନିଜକୁ ପ୍ରତିଷ୍ଠା କରିବା ସହ ୯ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି।

ଏମ ଅନିତା, ୧୮ ବର୍ଷ ବୟସରେ ବିବାହ କରିବାର କିଛିଦିନ ପରେ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା। ହେଲେ ସେ କେବେ ଭାଙ୍ଗି ପଡିନାହାନ୍ତି। ନିଜ ଗୋଡରେ ନିଜେ ଠିଆ ହେବା ପାଇଁ ମନସ୍ଥ କରି ବ୍ରହ୍ମପୁର ଆଇଟିଆଇରେ ପୋଷାକ ତିଆରିରେ ତାଲିମ ନେଲେ l ଅନିତା ଏବେ ଜଣେ ସଫଳ ମହିଳା ବ୍ୟବସାୟୀ, ନିଜ ପ୍ରତିଷ୍ଠାନରେ ସେ ୯ ଜଣଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି l ଏଥିସହିତ ବ୍ରହ୍ମପୁର ଆଇଟିଆଇର ଡ୍ରେସ ଡିଜାଇନ ବିଭାଗରେ ସେ ପ୍ରଶିକ୍ଷଣ ଦେଉଛନ୍ତି l ଦୃଢ ମନୋବଳ ଏବଂ ସକରାତ୍ମକ ମନୋବୃତ୍ତି ତାଙ୍କୁ ସଫଳତା ଆଣିଦେଇଛି।  

କପି ସଂରକ୍ଷିତ ©2023 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ