ଟେଲର
କେନ୍ଦୁଝର ଜିଲ୍ଲାର ନରଣପୁର ଗ୍ରାମରେ ଜୟନ୍ତୀଙ୍କ ଘର। ପିଲା ଦିନେ ପିତାଙ୍କୁ ହରାଇଥିଲେ। ଘରେ ଦିବ୍ୟାଙ୍ଗ ଭାଇ ଓ ମାଙ୍କ ରେଜଗାର ନଥିବା କାରଣରୁ ପରିବାର ଆର୍ଥିକ ସଂକଟ ଲାଗିରହିଲା। ପରିବାରର ବୋଝ ସମ୍ଭାଳି ଆଗକୁ ବଢିବା ଥିଲା ଜୟନ୍ତୀଙ୍କ ସ୍ବପ୍ନ। ସେ ଗ୍ରାମ ତରଙ୍ଗ ସଂସ୍ଥାରୁ ଅଢେଇ ମାସିଆ ସ୍ବଳ୍ପ କାଳୀନ ତାଲିମ ନେଇ ସିଲେଇ ମେସିନ ଚଳାଇବା ଶିଖିଥିଲେ। ବର୍ତ୍ତମାନ ସେ ବିଶ୍ବସ୍ତରୀୟ ବ୍ରାଣ୍ଡ ର ପୋଷାକ ତିଆରି କରି ଭଲ ନାମ କରିବା ସହ ନିଜ ପରିବାର ପାଳି ପାରୁଛନ୍ତି।
କପି ସଂରକ୍ଷିତ ©2023 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ