ବ୍ୟବସାୟୀ
ବୁଦ୍ଧଦେବ ଭଞ୍ଜ ବାରିପଦାର ତକତପୁର ଠାରେ ଥିବା ଆଇଟିଆଇ ପ୍ରତିଷ୍ଠାନରେ ୱେଲ୍ଡିଂ ତାଲିମ ନେଇ ଥିଲେ। ଶିକ୍ଷା ଶେଷ ହେବା ପରେ ଋଣ ନେଇ ଏକ ୱେଲ୍ଡିଂ ମେସିନ ଓ ଅଳ୍ପକିଛି ଯନ୍ତ୍ରପାତି କିଣି କାମ ଆରମ୍ଭ କଲେ l ଜଣେ ବନ୍ଧୁଙ୍କ ପରାମର୍ଶରେ ଆସବାବପତ୍ର ତିଆରିକରି ସରକାରୀ ଅଫିସକୁ ଯୋଗାଇବା ଆରମ୍ଭ କଲେ l ସେଥିରୁ ଯେଉଁ ଅର୍ଥ ମିଳିଲା ସେହି ଅର୍ଥରେ ସେ ଏହି ବ୍ୟବସାୟକୁ ଆଗକୁ ବଢାଇଲେ। ପ୍ରତିଦିନ ସକାଳୁ ବୁଦ୍ଧଦେବ ସାଇକେଲ ଧରି ନୂଆ ନୂଆ ନିଅଁ ପଡୁଥିବା ସାଇଟର ମାଲିକମାନଙ୍କୁ ଦେଖା କଲେ। ତାଙ୍କୁ ନିଜ ୱେଲଡିଙ୍ଗ ବ୍ୟବସାୟ କଥା କହିଲେ। ଭଲ କାମ ଯୋଗାଇ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କଲେ। ଏବେ ସେ ୨୦ ଜଣଙ୍କୁ ନିଯୁକ୍ତି ଦେଇ କାମ କରୁଛନ୍ତି l
କପି ସଂରକ୍ଷିତ ©2023 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ