ବିଶ୍ଵରଞ୍ଜନ ନାୟକ

ଇଞ୍ଜିନିୟର

ବିଶ୍ଵରଞ୍ଜନ ନାୟକ

ଜୀବନର ସମସ୍ତ ସଂଘର୍ଷରୁ ବାହାରିବା ପାଇଁ ଦକ୍ଷତା ତାଙ୍କ ଅସ୍ତ୍ର ସାଜିଲା। ବର୍ତ୍ତମାନ ସେ ଭେଲର ଜଣେ ଦକ୍ଷ କର୍ମଚାରୀ।

ବିଶ୍ଵରଞ୍ଜନଙ୍କ ଜନ୍ମ ହେଉଛି ଖଲ୍ଲିକୋଟ ପାଖ କହ୍ନେଇପୁର ଗ୍ରାମରେ l ତାଙ୍କ ପିତା ଜଣେ ଦିବ୍ୟାଙ୍ଗ ବ୍ୟକ୍ତି, ଶୁଣିବା ଏବଂ କଥା କହିବାରେ ତାଙ୍କର ସମସ୍ୟା ଥିଲା l ଏଥିପାଇଁ ବିଶ୍ଵରଞ୍ଜନଙ୍କୁ ସ୍କୁଲରେ ଅନେକ ସମୟରେ ଅନ୍ୟମାନଙ୍କ ଥଟ୍ଟା ପରିହାସ ମଧ୍ୟ ସହ୍ୟ କରିବାକୁ ପଡୁଥିଲା l ଖଲ୍ଲିକୋଟର ଏହି ଦରଜି ପରିବାର କେବେ ସାହସ ହରାଇ ନାହାନ୍ତି l ନିଜ ଭିତରେ ଥିବା ଉତ୍ସାହ ଯୋଗୁ ପରିବାର ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଆଗକୁ ବଢିଛନ୍ତି l ବିଶ୍ଵରଞ୍ଜନ ବ୍ରହ୍ମପୁର ଆଇଟିଆଇରୁ ସଫଳତାର ସହ ଶିକ୍ଷା ଶେଷ କରିବା ପରେ ଭାରତୀୟ ହେଭି ଇଲେକ୍ଟ୍ରିକାଲସ ଲିମିଟେଡ(ଭେଲ)ରେ ନିଯୁକ୍ତି ପାଇଲେ l ସେଠାରେ ଭଲ କାମ କରିବାରୁ କମ୍ପାନୀ ବିଶ୍ଵରଞ୍ଜନଙ୍କୁ ସ୍ଵିଡେନର ଷ୍ଟକହୋମକୁ ପଠାଇଲା l ବର୍ତ୍ତମାନ, ସେଠାରେ ସେ ଅଧିକ ଅର୍ଥ ଉପାର୍ଜନ କରି ସାନଭାଇର ପାଠପଢା ଖର୍ଚ୍ଚ ତୁଲାଇବା ସହ ବାପା ଓ ମାଙ୍କୁ ଖୁସିରେ ରଖିପାରିଛନ୍ତି l

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ