ଏଫ ଏଣ୍ଡ ବି ମ୍ୟାନେଜର
ରାୟଗଡ, ଛତିଶଗଡର ଅନୁପଙ୍କର ଛୋଟ ବେଳୁ କିଛି ଗୋଟେ ସ୍କିଲ ଶିଖି ତାକୁ ଗୋଟେ ବଡ ଜାଗା ରେ ପ୍ରଦର୍ଶନ କରିବାର ଇଚ୍ଛା ପ୍ରବଳ ଥିଲା। ଯେତେ ବେଳେ ସିଏ ସ୍କିଲଡ ଇନ ଓଡିଶା ସହ ଜଡିତ ହେଲେ , ତାଙ୍କୁ ସେ ସ୍ଵପ୍ନ ଟା ସାକାର ହେବା ପରି ଲାଗିଲା। ଅନୁପଙ୍କ ବାପା ଯିଏ କି ଜିନ୍ଦଲ ଷ୍ଟିଲର ଜଣେ କର୍ମଚାରୀ , ଅନୁପଙ୍କୁ ତାଙ୍କ ସ୍ଵପ୍ନ ଦିଗରେ ଆଗେଇଯିବା ପାଇଁ ବହୁତ ପ୍ରେରଣା ଯୋଗାଇଥିଲେ। ଅନୁପ ଭୁବନେଶ୍ବର ସ୍ଥିତ ସି.ଭି.ରମଣ କଲେଜରେ ଅତିଥେୟତା ଏବଂ ହୋଟେଲ ପରିଚାଳନା ପାଠ୍ୟକ୍ରମରେ ଉଚ୍ଚତର ଶିକ୍ଷା ଲାଭ କଲେ।
୨୦୧୮ ରେ ନୂଆଦିଲ୍ଲୀ ଠାରେ ହୋଇଥିବା, ଇଣ୍ଡିଆ ସ୍କିଲ ରେ ଓଡିଶା ତରଫ ରୁ ପ୍ରତିଯୋଗିତା କରି ରେଷ୍ଟୁରାଣ୍ଟ ସର୍ଭିସ ବିଭାଗରେ ସ୍ଵର୍ଣ ପଦକ ଜିତିଥିଲେ। ତାଙ୍କ ଅନୁସାରେ ଜାତୀୟ ସ୍ତରରେ ସ୍ଵର୍ଣ ଜିତିବା କାଠିକର ପାଠ। ସେ ଏବେ ବି ଦିନକୁ ୧୨-୧୪ ଘଣ୍ଟା ପରିଶ୍ରମ କରୁଛନ୍ତି।
କପି ସଂରକ୍ଷିତ ©2023 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ